Thu. Jul 2nd, 2026

ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ଅସନ୍ତୋଷ, ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନ କରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ଦାବି

213 Views

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ଅସନ୍ତୋଷ ଦେଖା ଦେଇଛି । ଆଜି ଥଇଥାନ କରିବା ଦାବିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ଥାନା ଘେରାଉ କରିଥିବା ଜଣାଯାଇଛି । ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏହାକୁ କେତେକ ରାଜନେତା ସମର୍ଥନ କରିଛନ୍ତି । ଆଗ ଥଇଥାନ ପରେ ଉଚ୍ଛେଦ ଦାବିରେ ବ୍ୟବସାୟୀମାନେ ରାସ୍ତାରୋକ କରିଥିବା ଜଣାଯାଇଛି | ଲିଙ୍ଗରାଜ ଥାନା ଆଗରେ ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ଧାରଣା ଜାରି ରହିଛି।

ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନ କରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି ବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସରକାରୀ ଜମିକୁ ମାଡ଼ି ବସିଥିବା ମାର୍କେଟ କମ୍ପଲେକ୍ସର ଦୋକାନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସଫା କରିବାକୁ ଯୋଜନା କରିଛନ୍ତି ସରକାର ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ମନ୍ଦିରର ଦୁଆର ପାଖରେ ଥିବା କ୍ୟାବିନ ଭଙ୍ଗାଯାଇଥିଲା। ତାପରେ ଉତ୍ତର ପଟରେ ଥିବା ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଭଙ୍ଗାଯାଇଥିଲା। ସେଠାରେ ଏହି ଜବରଦଖଲ ଉଚ୍ଛେଦ କାମ ଶାନ୍ତିପୂର୍ଣ୍ଣଭାବେ ଚାଲିଥିଲା ।

By amfnews

Related Post