Fri. Oct 2nd, 2026

ଲାଲ ବାହିନୀର ହାତ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଲେ ୨୫୦ରୁ ଅଧିକ ମାଓବାଦୀ

230 Views

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ଲାଲ ବାହିନୀର ହାତ ଛାଡ଼ି ୨୫୦ରୁ ଅଧିକ ମାଓବାଦୀ ସମର୍ଥକ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳରେ।ଆଜି ମହୁପଦରରେ ଏମାନେ ମାଥିଲି ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ମହୁପଦରରେ ପୁଲିସର ସ୍ଥାୟୀ ଶିବିର ହେବା ପରେ ସେହି ଅଞ୍ଚଳରେ ପ୍ରଶାସନର ମୌଳିକ ସୁବିଧା ପହଞ୍ଚିବ ଓ ଉନ୍ନତି ହେବାର ଆଶା ରଖିଛନ୍ତି ସ୍ଥାନୀୟ ଅଧିବାସୀ ।

ଗତ ଦିନରେ ଏମାନେ ପୁଲିସର ବିରୋଧରେ ମାଓବାଦୀଙ୍କ ପାଇଁ କାମ କରୁଥିଲେ। ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୁଲିସ ସହ ହାତ ମିଳାଇଛନ୍ତି। ପୂର୍ବରୁ ମହୁପଦର ଅଞ୍ଚଳ ମାଓବାଦୀଙ୍କ କବଜାରେ ରହିଥିଲା। ୨୫୦ରୁ ଅଧିକ ମାଓବାଦୀଙ୍କ ସମର୍ଥକଙ୍କ ଆତ୍ମସମର୍ପଣ ପରେ ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ପୁଲିସ ଏଠାରେ ଆତ୍ମସମର୍ପଣ କରିଥିବା ଲୋକମାନଙ୍କୁ କମ୍ବଳ ଓ ପୋଷାକ ମାଗଣାରେ ବଣ୍ଟନ କରିଥିବା ଜଣାଯାଇଛି। ଏମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି।

By amfnews

Related Post