Mon. Oct 5th, 2026

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ ଖୋଲିବ କ୍ୟାମ୍ପ୍ ଅଫିସ୍‌

213 Views

ଭୁବନେଶ୍ୱର : ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍‌ ଖୋଲିବ ବୋଲି ସୂଚନା ମିଳିଛି। କଳ୍ପନା ଛକସ୍ଥିତ ବିଏମ୍‌ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍‌ସି ୱାର୍ଡ  ଅଫିସ୍‌ ଓ ନାଲ୍‌କୋ ଛକରେ ଥିବା ବିଏମ୍‌ସି ଜୋନାଲ ଅଫିସ୍‌ରେ ଏହି ସବୁ କ୍ୟାମ୍ପ୍ ଅଫିସ୍ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ୍ ଅଫିସ୍‌ କାର୍ଯ୍ୟ ଚାଲିବ। ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ପାଇଁ ଏଠାରେ କୌଣସି ସ୍ଲଟ୍ ବୁକିଂ କରାଯିବନି।  ଆବେଦନକାରୀ ସାଙ୍ଗରେ ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଓ ବ୍ଲଡ ଗ୍ରୁପ୍ ସାର୍ଟିଫିକେଟ୍ ଆଣିବେ। ଏଥିସହ କ୍ୟାମ୍ପ ଅଫିସ୍‌ରେ ଫି’ ପୈଠ କରିବେ। ବାୟୋମେଟ୍ରିକରେ ଫଟୋ ଉଠାଇବା ସହିତ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ୍‌ ଦେଇ ଲର୍ଣ୍ଣିଂ ଲାଇସେନ୍ସ ପାଇପାରିବେ।

By amfnews

Related Post