Wed. Jul 29th, 2026

ଲଣ୍ଡନ୍‌ରୁ ଗିରଫ ହେଲେ ଦାଉଦ୍‌ ଇବ୍ରାହିମ୍‌ଙ୍କ ଦରିଆପାରି ଫାଇନାନ୍‌ସ୍‌ ମ୍ୟାନେଜର୍‌ ଜବିର ମୋତି

240 Views

ନୂଆଦିଲ୍ଲୀ: ଲଣ୍ଡନ୍‌ରେ ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗିରଫ ରଖାଯାଇଥିବା ଖବର ରବିବାର ଦିନ ମିଳିଛି।

ଦାଉଦଙ୍କ ଡାହଣ ହାତ ବୋଲି କୁହା ଯାଉଥିବା ଜବିର ମୋତି ନାମକ ସେ ସହଯୋଗୀଙ୍କୁ ଶୁକ୍ରବାର ଦିନ ହିଲ୍‌ଟନ୍‌ ହୋଟେଲ୍‌ରୁ ଗିରଫ କରାଯାଥିଲା। ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଲଣ୍ଡନ୍‌ର ଚାରିଙ୍ଗ୍‌ କ୍ରସ୍‌ ଥାନା ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲା।

ଇଂଲଣ୍ଡ. ୟୁଏଇ ଏବଂ ଅନ୍ୟାନ୍ୟ ଦେଶରେ ଥିବା ଦାଉଦର ଅର୍ଥନିବେଶକୁ ସେ ପରିଚାଳନା କରୁଥିଲେ ବୋଲି ବିଶ୍ୱାସ କରାଯାଉଛି।

ନିଶାଔଷଧ ଚୋରା ଚାଲାଣ, ଦାଦାବଟି ଆଦାୟ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟରେ ଜବିର ମୋତି ସମ୍ପୃକ୍ତ ଥିବା କଥା ମନେ କରାଯାଉଛି।

ଜବିର ସିଦ୍ଦିକ୍‌ ଓରଫ ଜବିର ମୋତି ଦାଉଦଙ୍କର ଦରିଆପାରି ଅର୍ଥନୈତିକ ପରିଚାଳକ ଭାବେ ଅଣ୍ଡର୍‌ଓ୍ଵାର୍ଲଡ୍‌ ପରିସରେ ଜଣାଶୁଣା। ପାକିସ୍ତାନୀ ନାଗରିକ ମୋତି ଦାଉଦ୍‌ ଏବଂ ତାଙ୍କ ପତ୍ନୀଙ୍କ ମହାଜବିନ୍‌ଙ୍କର ଅତି ଘନିଷ୍ଠ ବୋଲି କୁହାଯାଉଛି।

By amfnews

Related Post