Mon. Oct 5th, 2026

ଲଗାଣ ବର୍ଷାରେ ରାସ୍ତା ଉପରେ ପାଣି; ଶବସତ୍କାର ପାଇଁ ଟ୍ୟୁବ୍‌ରେ ଗଲା ମୃତଦେହ

300 Views

ବ୍ରହ୍ମଗିରି : ଲଗାଣ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଚାଲୁଛି। ଫଳରେ ମୃତଦେହକୁ ଟ୍ୟୁବ୍ ସାହାଯ୍ୟରେ ପାର କଲେ ଲୋକେ। ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଗୌଡ଼ରଣପଡ଼ା ଗାଁରେ।

ଗତକାଲି ଗାଁର କୁନି ଭୋଇ ନାମକ ଜଣେ ବୃଦ୍ଧା (୭୦)ଙ୍କ ମୃତ୍ୟୁ ଘଟିଥିଲା। ତେବେ ଲଗାଣ ବର୍ଷା ଯୋଗୁ ନିକଟସ୍ଥ ନଦୀର ଜଳସ୍ତର ବଢ଼ିବା ଫଳରେ ଗାଁର ହରିଜନ ସାହି ପାଣି ଘେରରେ ରହିଛି। ତେବେ ଯାତାୟତରେ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ହରିଜନ ସାହିର ଲୋକେ ଟ୍ୟବ୍‌ରେ ମୃତଦେହକୁ ସତ୍କାର ପାଇଁ ନେଇଥିଲେ। ତେବେ ଘଟଣା ସମୟର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାପରେ ଚର୍ଚ୍ଚାର ବିଷୟ ପାଲଟିଛି।

By amfnews

Related Post