Sun. Sep 6th, 2026

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ଥିଲା ଦୋକାନ; ଲାଗିଗଲା ନିଆଁ

219 Views

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର କ୍ଲବ୍‌ ଛକ ଠାରେ ଥିବା ଏକ ପାନ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନର ସମସ୍ତ ସାମଗ୍ରୀ ଜଳି ଯାଇଛି।

ନରସିଂହପୁର ଥାନା ଅନ୍ତର୍ଗତ ନୂଆପାଟଣା ଗାଁର କାଠିଆ ସାହୁ କ୍ଲବ୍‌ ଛକଠାରେ ଏକ ପାନ ଦୋକାନ କରିଥିଲେ।  ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଦୋକାନ ବନ୍ଦ ଥିଲା।  ଗତକାଲି ବିଳମ୍ୱିତ ରାତିରେ ତାଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

By amfnews

Related Post