Sat. May 16th, 2026

ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌କୁ ମାନୁ ନାହାନ୍ତି ପଶ୍ଚିମବଙ୍ଗ ସରକାର

247 Views

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍‌ଲାଇନ୍ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି। ପରିବା ବଜାର, ମାଛ ଓ ମାଂସ ହାଟ ଏବଂ ଫୁଲ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ ଆଦୌ ପାଳନ କରାଯାଉନଥିବା ନଜରକୁ ଆସିଛି। ଏପରିକି ରାଜ୍ୟରେ ଅନେକ ଅନାବଶ୍ୟକ ଦୋକାନ ଖୋଲା ରହୁଛି। ସେହିଭଳି ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଥିବା ଏବଂ ରାଜନୈତିକ ନେତାଙ୍କ ଦ୍ୱାରା କାର୍ଯ୍ୟକ୍ରମ ଚାଲୁଥିବାରୁ କୋରନା ସଂକ୍ରମଣର ଭୟ ବଢ଼ିଛି। ତେବେ ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବାରୁ ଆଗକୁ ଏପରି ଜାରି ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ଦେଶରେ କରୋନା ସ୍ଥିତି ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଏହି ବୈଠକ ପରେ ଦେଶରେ ଲକ୍‌ଡାଉନ୍ ଅବଧି ବଢ଼ିବା ସମ୍ଭାବନା ଦେଖାଯାଇଛି। ସାରା ଦେଶରେ ଲକ୍‌ଡାଉନ୍ ଅବଧିକୁ କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ବଢ଼ାଇ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏନେଇ ସରକାର ଏଯାଏ କିଛି କହିନାହାନ୍ତି।

By amfnews

Related Post