Sat. May 16th, 2026

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ‘ଗର୍ଭ ସଂସ୍କାର’ ବିଷୟରେ ସାର୍ଟିଫିକେଟ୍‌ ଓ ଡିପ୍ଲୋମା କୋର୍ସ

301 Views

ଲକ୍ଷ୍ନୌ : ଆସନ୍ତା ଶିକ୍ଷା-ବର୍ଷରୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ‘ଗର୍ଭ ସଂସ୍କାର’ ବିଷୟରେ ଏକ ‘ସାର୍ଟିଫିକେଟ ଓ ଡିପ୍ଲୋମା କୋର୍ସ’ ଆରମ୍ଭ କରିବ। ଏଭଳି ପାଠ୍ୟକ୍ରମ ପ୍ରଚଳନ କରିବାରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ହେଉଛି ଭାରତରେ ପ୍ରଥମ।

ଏହି ନୂତନ ପାଠ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କୁ ମାତୃତ୍ୱ ସଂକ୍ରାନ୍ତରେ ଶିକ୍ଷା ଦିଆଯିବ। ଅନ୍ତଃସତ୍ତ୍ୱା ମହିଳାଙ୍କ ନିମନ୍ତେ ଉପଯୁକ୍ତ ପରିଧାନ, ଖାଦ୍ୟ, ଆଚାର ବ୍ୟବହାର, ଶାରୀରିକ ସାମର୍ଥ୍ୟତା ଏବଂ ସଙ୍ଗୀତ ଆଦି ବିଷୟ ଏଥିରେ ଶିକ୍ଷା ଦିଆଯିବ। ଏହି ପାଠ୍ୟକ୍ରମ ବଳରେ ଜଣେ କର୍ମସଂସ୍ଥାନ ବି ପାଇପାରିବେ। ଛାତ୍ରମାନେ ମଧ୍ୟ ଏହି ପାଠ୍ୟକ୍ରମ ପଢ଼ିପାରିବେ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି।

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ମୁଖପାତ୍ର ଦୁର୍ଗେଶ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ମାତୃତ୍ୱର ଭୂମିକା ବିଷୟରେ ଝିଅମାନଙ୍କୁ ଶିକ୍ଷା ଦିଆଯାଉ ବୋଲି ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକ୍ରମେ ଏ ଭଳି ପାଠ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ପାଠ୍ୟକ୍ରମ ନିମନ୍ତେ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ତ୍ରୀରୋଗ ବିଶେଷଜ୍ଞମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଛି।

By amfnews

Related Post