Tue. Sep 29th, 2026

ଲକ୍ଷ୍ନୋ: ପୁଲିସ ଗୁଳିରେ ଆପଲର ସହକାରୀ ମ୍ୟାନେଜରଙ୍କ ମୃତ୍ୟୁ, କନଷ୍ଟେବଳ ଗିରଫ

321 Views

ଲକ୍ଷ୍ନୋ : ଉତ୍ତରପଦେଶର ଲକ୍ଷ୍ନୋ ସହରରେ ଗତକାଲି ରାତିରେ ପ୍ରତିଷ୍ଠିତ ଆନ୍ତର୍ଜାତିକ କମ୍ପାନି ‘ଆପଲ’ର ଜଣେ ସହକାରୀ ସେଲ୍‌ଓ ମ୍ୟାନେଜରଙ୍କର ପୁଲିସ ଗୁଳିରେ ମୃତ୍ୟୁ ଘଟିଛି। ପାଟ୍ରୋଲିଂ କରୁଥିବା ଜଣେ କନଷ୍ଟେବଳଙ୍କ ତ୍ରୁଟି ଯୋଗୁଁ ସେଲ୍‌ସ ମ୍ୟାନେଜର ବିବେକ ତିଓ୍ଵାରୀ(୩୮ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହିତ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବି କେ ତିଓ୍ଵାରି ତାଙ୍କର ଅନ୍ୟ ୬ ଜଣ ବନ୍ଧୁଙ୍କ ସହିତ କାରରେ ଯାଉଥିବା ବେଳେ ଏକ ପୁଲିସ ପୋଟେଅ୍ରାଲିଂ ମୋଟରସାଇକେଲକୁ ଧକ୍କା ଦେଇଥିଲେ । ସଙ୍ଗେସଙ୍ଗେ କନଷ୍ଟେବଳ ପ୍ରଶାନ୍ତ କୁମାର କାର ଉପରକୁ ଗୁଳି ଚଳାଇଥିଲେ।ଗୁଳି ବିବେକଙ୍କ ବେକରେ ବାଜିଥିଲା ଓ ଏହି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣାରେ କନଷ୍ଟେବଳ ପ୍ରଶାନ୍ତ କୁମାରଙ୍କୁ ନିଲମ୍ପନ କରାଯିବା ସହିତ ତାଙ୍କ ସହିତ ତାଙ୍କ ସହଯୋଗୀ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଛି। କନଷ୍ଟେବଳ ପ୍ରଶାନ୍ତ ନିଜ ଆତ୍ମରକ୍ଷା ପାଇଁ ଏହି ଗୁଳି ଚଳାଇଥିବା କହିଛନ୍ତି।

ପୁଲିସ ବାଇକ୍‌କୁ ଧକ୍କା ଦେଇ କେହି ଅପରାଧୀ ଖସିଯିବାକୁ ଚେଷ୍ଟା କରୁଥିବା ଭାବି ସେ କାର ଉପରକୁ ଗୁଳି ଚଳାଇଥିଲେ। ତେବେ ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତିି ଯେ ଆତ୍ମରକ୍ଷା ଠାରୁ ଉପରକୁ ଯାଇ ପ୍ରଶାନ୍ତ କୁମାର ଗୁଳି ଚଳାଇ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରିଥିବାରୁ ତାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି ଓ ଘଟଣାର ତଦନ୍ତ କରାଯାଉଛି।

By amfnews

Related Post