Sat. Oct 3rd, 2026

ଲକ୍ଷାଧିକ ଟଙ୍କାର ପିଆଶାଳ କାଠ ଗଣ୍ଡି ସହ ଜଣେ ଗିରଫ।

462 Views

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ବନ ବିଭାଗକୁ ମିଳିଛି ବଡ ସଫଳତା।ଏକ ବିଶେଷ ସୂତ୍ରରୁ ସୂଚନା ପାଇ ବାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ବାଲିମେଳା ମୁଖ୍ୟ ରାସ୍ତା ଚିତାପାରି-୩ ପଞ୍ଚାୟତର ନୂଆଗୁଡା ଗ୍ରାମ ନିକଟରେ ବନ କର୍ମଚାରୀ ମାନେ ଚିତ୍ରକୋଣ୍ଡା ପଟୁ ଏକ ୪୦୭ ଗାଡି ଦୃତ ଗତିରେ ଆସୁଥିବା ଦେଖି ଗାଡିଟିକୁ ଅଟକାଇ ଥିଲେ।ଯାଞ୍ଚ କରିବାରୁ ସେଥିରେ ବହୁ ମାତ୍ରାରେ ପିଆଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଜଣା ପଡିଥିଲା।
ବନାଞ୍ଚଳ ଅଧିକାରୀ ଶ୍ରୀ ଦଳେଇଙ୍କ ନିର୍ଦ୍ଦେଶ କ୍ରମେ ୪୦୭ ଗାଡି(OR 18 C – 4059 )କୁ ଜବତ କରିବା ସହ କାଠ ଚୋରାଚାଲାଣକାରୀ  ଅଭିଯୁକ୍ତ ରାଜେଶ ନାୟକଙ୍କୁ ଗିରଫ କରି ବାଲିମେଳା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ କରିବା ପରେ ଗାଡିରେ ପିଆଶାଳ କାଠ ଗଣ୍ଡି ନେଇ ବାଲିମେଳା ଆସୁଥିବା ଅଭିଯୁକ୍ତ ସ୍ଵୀକାର କରିଛନ୍ତି।
୪୦୭ ଗାଡିରେ ୫୬ ଖଣ୍ଡ ପିଆଶାଳ କାଠ ଗଣ୍ଡି ଚିତ୍ରକୋଣ୍ଡା ଅଞ୍ଚଳରୁ ଆଣି ବାଲିମେଳା ସହରରେ ଅଧିକ ମୂଲ୍ୟରେ ବିକ୍ରି କରିବା ପାଇଁ ଆଣୁଥିବା ସୂଚନା ପାଇଲା ପରେ ଚଢ଼ାଉ କରି ଧରିଥିଲୁ ଏବଂ ଜବତ ଦଣ୍ଡା ୦.୯ କ୍ୟୂବିକ ମିଟର ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପାଖାପାଖି ୮୦୦୦୦ ଟଙ୍କା ହେବ।ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ କହିଛନ୍ତି।
ଏହି ଚଢଉରେ ବନପାଳ ଶିବାନନ୍ଦ ଲେଙ୍କା, ବନଶ୍ରୀ ଦେବୀ,ବନରକ୍ଷୀ ସଂଗ୍ରାମ ରାଉତ, ପାରା କର୍ମଚାରୀ ସୋମନାଥ ହରିଜନ,ଦାମୋଦର ଖରା, କେଦାର ଗଉଡ ଏବଂ ସୁନିଲ କୁମାର ତ୍ରିପାଠୀ ସହଯୋଗ କରିଥିଲେ।

Related Post