Fri. Jul 3rd, 2026

ରେଳଧାରଣାରେ ଛିଡ଼ା ଥିବା ଇଞ୍ଜିନକୁ ଧକ୍ମା ଦେଲା ଦ୍ରୁତଗାମୀ ଟ୍ରେନ, ୯ ମୃତ, ୪୭ ଆହତ

645 Views

ଅଙ୍କାରା, ଡିସେମ୍ବର ୧୪ : ତୁର୍କୀର ରାଜଧାନୀ ଅଙ୍କାରାରେ ଗୁରୁବାର ଏକ ଦ୍ରୁତଗାମୀ ଟ୍ରେନ୍‌ ରେଳଧାରଣାରେ ଛିଡ଼ା ହୋଇଥିବା ଏକ ଇଞ୍ଜିନକୁ ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପରିବହନ ମନ୍ତ୍ରୀ କହିତ ତୁରହାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୃତକଙ୍କ ମଧ୍ୟରେ ୩ ଜଣ ଅପରେଟର ସାମିଲ ଅଛନ୍ତି। ସେ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମନ୍ତ୍ରୀ କହିଛନ୍ତି, ୪୭ ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦ୍ରୁତଗାମୀ ଟ୍ରେନ ଅଙ୍କାରାସ୍ଥିତ ମୁଖ୍ୟ ଷ୍ଟେସନ ଠାରୁ କେନ୍ଦ୍ରୀୟ ଅଂଚଳର କୋନ୍ୟା ଅଭିମୁଖେ ଯାଉଥିଲା। ଟ୍ରେନ୍‌ରେ ୨୦୬ ଜଣ ଯାତ୍ରୀ ଥିଲେ। ଏହା ପୂର୍ବରୁ ଅଙ୍କାରା ଗଭର୍ଣ୍ଣର କହିଥିଲେ, ଆହତ ୪୬ ଜଣଙ୍କ ମଧ୍ୟ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

By amfnews

Related Post