Mon. Oct 5th, 2026

ରେଭେନ୍ସାରେ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ

259 Views

କଟକ :  ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଏହି ରାଗିଂ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ଛାତ୍ରାବାସରେ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସିନିୟର ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସିନିୟର ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ର ଜଣଙ୍କ କୁଳସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ଆଣ୍ଟି ରାଗିଂ କମିଟିର ବୈଠକ ବସିବ ବୋଲି ଜଣାପଡ଼ିଛି।

By amfnews

Related Post