Tue. Sep 29th, 2026

ରୁଷ୍‌ ସହ ହୋଇଥିବା ଆଣବିକ ଚୁକ୍ତିରୁ ଓହରି ଯିବ ଯୁକ୍ତରାଷ୍ଟ୍ର ଆମେରିକା: ଟ୍ରମ୍ପ୍‌

359 Views

ଏଲ୍‌କୋ: ମସ୍କୋ ଚୁକ୍ତି ଉଲ୍ଲଂଘନ କରିଥିବାରୁ ରୁଷ୍‌ ସହ ହୋଇଥିବା ଏକ ଉଲ୍ଲେଖନୀୟ ଆଣବିକ ଅସ୍ତ୍ର ରାଜିନାମାରୁ ଓହରି ଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଯୋଜନା କରିଥିବା କଥା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ନିଶ୍ଚିତ କରିଛନ୍ତି।

ଶନିବାର ଦିନ ନେବାଡା ଅନ୍ତର୍ଗତ ଏଲ୍‌କୋ ଠାରେ ଟ୍ରମ୍ପ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରୁଷ୍‌ ରାଜିନାମା ପ୍ରତି ଅନୁରକ୍ତ ରହିଲା ନାହିଁ। ତେଣୁ ଆମେ ସେ ରାଜିନାମାକୁ ରଦ୍ଦ କରିବାକୁ ଯାଉଛୁ।

ରୁଷ୍‌ ଚୁକ୍ତି ଉଲ୍ଲଂଘନ କରିଛି। ସେମାନେ ଅନେକ ବର୍ଷ ଧରି ଏହାକୁ ଉଲ୍ଲଂଘନ କରି ଚାଲିଛନ୍ତି। ମୁଁ ଜାଣେନା କାହିଁକି ରାଷ୍ଟ୍ରପତି ଓବାମା ବୁଝାମଣା କଲେ ନାହିଁ କି, ଓହରି ଆସିଲେ ନାହିଁ। ଆମେ ସେମାନଙ୍କୁ ଆଣବିକ ଚୁକ୍ତି ଉଲ୍ଲଂଘନ କରାଇ ଦେବୁ ନାହିଁ। ଚୁକ୍ତି ରଦ୍ଦ କରି ଆମେ ନିଷିଦ୍ଧ ଅସ୍ତ୍ର ନିର୍ମାଣ କରିବୁ।

By amfnews

Related Post