Tue. Oct 13th, 2026

ରୀତା ସାହୁ ବିଜେପୁରର ବିଜେଡି ପ୍ରାର୍ଥୀ

262 Views

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି। ବିଜେପୁରକୁ ଫୋକସ୍‌ ଏରିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରୀତା ସାହୁ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ। ସୁବଳଙ୍କ ପରଲୋକ ପରେ ରୀତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ଦିଆଯାଇଥିଲା। ସେ ଉପନିର୍ବାଚନ ଜିତି ସ୍ୱଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ନିଜେ ମୁଖ୍ୟମନ୍ତ୍ରୀ ଲଢ଼ିଥିଲେ। ଆଉ ଦୁଇଟି ଯାକ ବିଧାନସଭା ଆସନରୁ ସେ ଜିତିଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଥିଲେ । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ନିରାଶ ହେବାକୁ ପଡ଼ିଛି।

By amfnews

Related Post