Mon. Oct 5th, 2026

ରାୟଗଡ଼ା: ଗୋଷ୍ଠୀ ସଙ୍ଘର୍ଷ ପରେ ଥାନା ଘେରାଉ ଓ ରାସ୍ତା ଅବରୋଧ

210 Views

ରାୟଗଡ଼ା  : ଶୁକ୍ରବାର ରାତିରେ ସ୍ଥାନୀୟ ଅଞ୍ଜିଆପେଟା ଓ ନୂଆସାହି ବାସିନ୍ଦାଙ୍କ ମଧ୍ୟରେ ସଂଘର୍ଷ ଘଟିବା କଥାରୁ ଆଜି ଟାଉନ୍‌ ଥାନା ଓ ରାସ୍ତାରୋକ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ଆଠଟା ନଅଟା ବେଳେ ପୁରୁଣା ରାଜନୈତିକ ବିବାଦ କାରଣରୁ ଉଭୟ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ଦୁଇ ଜଣ ଆହତ ହୋଇଥିଲେ।

ଏ ଘଟଣାରେ ପୁଲିସର ହସ୍ତକ୍ଷେପ ଲୋଡ଼ି ଆଜି ପୂର୍ବାହ୍ନ ୧୧ଟା ସମୟରେ ନୂଆସାହି ବାସିନ୍ଦାମାନେ ଆସି ଟାଉନ୍‌ ଥାନା ଓ ଥାନା ସମ୍ମୁଖ ଦେଇ ପଡ଼ିଥିବା ରାୟଗଡ଼ା-ବିଶାଖାପାଟଣା ରାସ୍ତା ଅବରୋଧ କରିଥିଲେ। ସେମାନେ ଦାବି କରିଥିଲେ କି, ଅଞ୍ଜିଆପେଟା ବାସିନ୍ଦାମାନେ ବାରମ୍ବାର ଗଣ୍ଡଗୋଳ କରୁଥିବାରୁ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରାଯାଉ। ଏସ୍‌ପି ଡାକ୍ତର ଶ୍ରବଣ ବିବେକ ଏମ୍‌ ଥାନାରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। କିନ୍ତୁ, ଥାନା ପରିସରରେ ଲୋକଗହଳି ଓ ଉତ୍ତେଜନା ଲାଗି ରହିଛି।

By amfnews

Related Post