Fri. May 15th, 2026

ରାୟଗଡ଼ାର ଏହି ସବୁ ଗ୍ରାମରେ ପହଞ୍ଚିଲେ ଆଇଏଏସ୍‌ ଅଫିସର୍‌

212 Views

ରାୟଗଡ଼ା: ମାଓବାଦୀମାନଙ୍କ କବଳରେ ରହୁଥିବା ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧିନସ୍ଥ ଗ୍ରାମଗୁଡ଼ିକର ଆଦିବାସୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗାଁରେ ପହଞ୍ଚିଥିଲେ ରାୟଗଡ଼ାରେ ଡିଆର୍‌ଡିଏ ପ୍ରୋଜେକ୍ଟ ଡାଇରେକ୍ଟର ଅମ୍ରିତ ଋତୁରାଜ। ୨୭ ବର୍ଷିଅ ଏହି ଆଇଏଏସ୍‌ ଅଫିସର୍‌ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମଟରସାଇକେଲ୍‌ରେ ଗାଁ ଗାଁ ବୁଲିବା ସହ ଗ୍ରାମବାସୀଙ୍କ ସହ ୩ ଦିନ, ୨ ରାତି ବିତାଇଛନ୍ତି ଋତୁରାଜ। ଅମ୍ରିତ ଋତୁରାଜ ଏବେ ସଂପୃକ୍ତ ଅଞ୍ଚଳର ନିରାଶ୍ରୟ ଲୋକଙ୍କ ପାଇଁ ଏକ ଆଶାର କିରଣ ପାଲଟିଛନ୍ତି।

ଗଣମାଧ୍ୟମ ସଂସ୍ଥା ନୁଉଜ୧୮କୁ ସାକ୍ଷାତ୍‌କାର ଦେଇ ଡିଆର୍‌ଡିଏର ପ୍ରୋଜେକ୍ଟ ଡାଇରେକ୍ଟର ଅମ୍ରିତ ଋତୁରାଜ କହନ୍ତି, ‘ଏବେ ବି ଚନ୍ଦ୍ରପୁର ବ୍ଲକ ଏକ ଦୁର୍ଗମ ଅଞ୍ଚଳ ଅନ୍ତର୍ଭୁକ୍ତ। ଏଠାକାର ବାସିନ୍ଦା ପ୍ରଶାସନ ଉପରେ ସେତେଟା ବିଶ୍ୱାସ ମଧ୍ୟ କରନ୍ତି ନାହିଁ। ଆମ ଟିମ୍‌ ୪ଟି ପଞ୍ଚାୟତରେ ଥିବା ୬୦ଟି ଗାଁ ବୁଲିଛନ୍ତି। ଆମେ ଏହି ଅଞ୍ଚଳର ଲୋକଙ୍କ ସହ ୩ ଦିନ ଓ ୨ ରାତି ବିତାଇଛୁ।’

By amfnews

Related Post