Sat. Oct 3rd, 2026

ରାହୁଲ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସରେ ମିଶିଲେ ବିଧାୟକ ଜର୍ଜ ତିର୍କୀ, ମହାନଦୀ ବଞ୍ଚାଅ ଆନ୍ଦୋଳନର ୫ ସଦସ୍ୟ

310 Views

ନୂଆଦିଲ୍ଲୀ  : ସୁନ୍ଦରଗଡ଼ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀ ଠାରେ ଶ୍ରୀ ତିର୍କୀ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କବାସଭବନରେ ଶ୍ରୀ ଗାନ୍ଧୀଙ୍କୁ ଭେଟି ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏତଦ୍‌ବ୍ୟତୀତ ସାମାଜିକକର୍ମୀ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମନୋଜ ଜେନା,, ଳଳିତ ମୋହନ ପଟ୍ଟନାୟକ, ବିଜୟ ପ୍ରଧାନ ଓ ନିରଦ ଖୁଣ୍ଟିଆ ପ୍ରମୁଖ ମଧ୍ୟ ଆଜି ରାହୁଳ ଗାନ୍ଧୀଙ୍କ ଉପସ୍ଥତିିରେ କଂଗ୍ରେସ ଦଳରେ ମିଶିଛନ୍ତି। ବିଧାୟକ ଜର୍ଜ ତିର୍କୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଦସ୍ୟମାନଙ୍କ କଂଗ୍ରେସ ଦଳରେ ଯାଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ଓ ମହାନଦୀ ଆନ୍ଦୋଳନକୁ ଆହୁରି ଅଧିକ ଜୋରଦାର କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପ୍ରତକ୍ରିୟରେ କହିଛନ୍ତି।

By amfnews

Related Post