Mon. Sep 14th, 2026

ରାସ୍ତା ଉପରେ ମାଳମାଳ ସିଂହ, ହୋଇଗଲା ଟ୍ରାଫିକ୍‌ଜାମ୍‌

555 Views

ମାଳମାଳ ସିଂହ ରାସ୍ତା ଉପରେ ଶୋଇ ପଡ଼ିବା ହେତୁ ଅଟକି ଯାଇଛି ଯାନବାହନ। ଏପରି ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର କ୍ରୁମେର୍‌ ନ୍ୟାସନାଲ୍‌ ପାର୍କରେ। ବିଶ୍ୱର ଏକ ପ୍ରସିଦ୍ଧ ସିଂହ ସଫାରି ଭାବେ ପରିଚିତି ଏହି ଅଭୟାରଣ୍ୟରେ ଘଟିଥିବା ଏହି ଘଟଣାକୁ ଜଣେ ଦେଖଣାହାରୀ ଟୁଇଟ୍‌ କରିବା ପରେ ଏହାର ଭିଡ଼ିଓ ଭାଇରାଲ୍‌ ହୋଇ ଯାଇଥିଲା

Embedded video

CBS News

@CBSNews

Just your average traffic jam in South Africa 😳

ସେ ଟୁଇଟ୍‌ କରି ଲେଖିଥିଲେ -‘ସାଉଥ୍‌ ଆଫ୍ରିକାରେ ଦେଖାଯାଇଥିବା ଏକ ସାଧାରଣ ଟ୍ରାଫିକ୍‌ ଜାମ୍‌’।

ଆଶ୍ଚର୍ଯ୍ୟର କଥା ହେଉଛି, ଗାଡିଘୋଡା ଅଟିକି ରହିଥିଲେ ମଧ୍ୟ ସିଂହମାନେ ତିଳେ ମାତ୍ର ବିଚଳିତ ହେବା ଦେଖିବାକୁ ମିଳି ନ ଥିଲା। ଏହି ଭିଡ଼ିଓକୁ ବହୁ ଲୋକ ଶେୟାର କରିବା ସହ ସୋସିଆଲ୍‌ ମିଡିଆରେ ଟିପ୍ପଣୀ ମଧ୍ୟ କରିଥିଲେ। ବିଶେଷ କରି ପ୍ରାଣୀ ପ୍ରେମୀମାନେ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି।

By amfnews

Related Post