Mon. Oct 5th, 2026

ରାସ୍ତାରେ ଢାଳିଲେ ୧୨୦୦ ଲିଟର କ୍ଷୀର

218 Views

ବାସୁଦେବ ପୁର : ଓମଫେଡ୍ କ୍ଷୀର ନେବାକୁ ମନା କରି ଦେବା ଯୋଗୁ ଗତକାଲି ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଚାଷୀମାନେ ରାସ୍ତାରେ ୧୨ଶହ ଲିଟର କ୍ଷୀର ଢାଳି ଦେଇଥିଲେ। ତା’ସହିତ ସେମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ନିମ୍ନମାନର କ୍ଷୀର କହି ଗତକାଲି ରାତିରେ ଓମ୍‌ଫେଡ୍ ଏହି ଅଞ୍ଚଳର ଚାଷୀମାନଙ୍କଠାରୁ କ୍ଷୀର ନେବାକୁ ମନା କରି ଦେଇଥିଲା। ଓମ୍‌ଫେଡ୍ ହଠାତ୍ ଏଭଳି ନିଷ୍ପତ୍ତି ଶୁଣାଇବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାର ପ୍ରତିବାଦରେ ସେମାନେ ରାସ୍ତାରେ କ୍ଷୀର ଢାଳି ଦେଇଥିଲେ। ଏହା ସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। 

ଜଣେ ଦୁଗ୍ଧ ଚାଷୀ କହିଛନ୍ତି,“ସବୁଦିନ ଆମେ ଓମ୍‌ଫେଡ଼କୁ କ୍ଷୀର ଦେଉ। ହଠାତ୍ ଓମଫେଡ୍‌ କ୍ଷୀର ନେବାକୁ ମନା କରିଦେଲା। ଆଉ ସେହି କ୍ଷୀରକୁ ଫେରାଇ ନେଇ କ’ଣ କରିଥା’ନ୍ତୁ। ସେଥିପାଇଁ କ୍ଷୀରକୁ ରାସ୍ତାରେ ଢାଳି ଦେଲୁ।” ଅନ୍ୟପକ୍ଷରେ ଏନେଇ ଓମ୍‌ଫେଡ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

By amfnews

Related Post