Sun. Oct 4th, 2026

ରାସ୍ତାକଡ଼ରୁ ୨୪ ବର୍ଷୀୟ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ, କ୍ଷତିବିକ୍ଷତ ମୃତଦେହ ଜବତ, ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା

244 Views

ରାଉରକେଲା, ଜାନୁଆରୀ ୦୪  : ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ରେ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରାଯାଇଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ରାସ୍ତାକଡ଼ରେ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋରରୁ କିଛି ଲୋକ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର କସଡ଼ା ଛକ ନିକଟରେ ଯାଉଥିବା ବେଳେ ଜଣେ ଯୂବତୀଙ୍କ କ୍ଷତବିକ୍ଷତ ଅର୍ଦ୍ଧ ଉଲଗ୍ନ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ। ଏହି ଅଜଣା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବା ପରେ ଲୋକେ ଟିକାୟତପାଲି ଥାନାକୁ ସୂଚନା ଦେଇଥିଲେ। ସୂଚନ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଛେଦ ପାଇଁ ପଠାଇଛି।

ତେବେ ପୁଲିସର କହିବା ଅନୁଯାୟୀ, ପାରିପାଶ୍ୱିକ ଅବସ୍ଥାରୁ ଯାହା ପ୍ରତୀୟମାନ ହେଉଛି, ଯୁବତୀଙ୍କୁ ସେଠାରେ ହତ୍ୟା କରାଯାଇ ନାହିଁ।ଅନ୍ୟତ୍ର ହତ୍ୟା କରାଯାଇ ଆଣି ଏଠାରେ ଫିଙ୍ଗି ଦିଆଯାଇଛି। ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ତାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଏହି ୨୪/୨୫ ବର୍ଷୀୟ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଯେମିତି ଭାବେ ପଡ଼ିିଥିବା ଦେଖିବାକୁ ମିଳିଛି, ସେଥିରୁ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଆଶଙ୍କା କରାଯାଉଛି। ତେବେ ସମସ୍ତ ଘଟଣା ମୃତଦେହ ବ୍ୟବଛେଦ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

By amfnews

Related Post