Sun. Oct 4th, 2026

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର : ସମ୍ମାନିତ ହେବେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର

695 Views

ହାଲୋ ଆରସି’ ପାଇଁ ଓଡିଆ  ଅଭିନେତ୍ରୀ ପ୍ରକୃତି ମିଶ୍ର  ଆଜି ସମ୍ମାନିତ ହେବେ। ପ୍ରକୃତିଙ୍କୁ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ହାଲୋ ଆରସି ଚଳଚ୍ଚିତ୍ରରେ  ନିଜର କୁଶଳୀ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସେ ସମ୍ମାନିତ ହେବେ। ତେବେ ଏହି ଫିଲ୍ମଟି ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବରେ ମନୋନୀତ ହେବା ସହ ସଂଳାପ ବର୍ଗରେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନେତ୍ରୀ ପ୍ରକୃତିଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟିମ୍ ନୂଆଦିଲ୍ଲୀରେ ଥିବାବେଳେ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ ହେତୁ ‘ହାଲୋ ଆରସି’ ଚଳଚ୍ଚିତ୍ର ଓଡ଼ିଶା ପାଇଁ ଗର୍ବ ବୋଲି ଧର୍ମେନ୍ଦ୍ର ନିଜ ଟ୍ୱିଟର ପେଜରେ ଉଲ୍ଲେଖ କରିଛନ୍ତି।

Related Post