Thu. May 14th, 2026

ରାମକୋ ସିମେଣ୍ଟ କାରଖାନା ପରିସରରେ ୪ଶହ ଶ୍ରମିକ ଅଟକ

368 Views

ଯାଜପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ଥିବା ରାମକୋ ସିମେଣ୍ଟ କାରଖାନା ପରିସରରେ ୪ଶହ ଶ୍ରମିକ ଅଟକ ଥିବା ସୂଚନା ମିଳିଛି। ସେଠାରେ କାମ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟପାନୀୟ ମିଳୁନାହିଁ। ଅବଶ୍ୟ ସିମେଣ୍ଟ କାରଖାନାରେ କାମ ବନ୍ଦ ରହିଥିବାର ସୂଚନା ମିଳିଛି।

ଏନେଇ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ଏହି ୪ଶହ ଶ୍ରମିକମାନେ ହରତାଳ କରିଥିବା ଜଣାଯାଇଛି। ଖବର ପାଇବା ପରେ ଧର୍ମଶାଳା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ପରେ ଏନେଇ ତହସିଲଦାର୍ ସରୋଜକାନ୍ତ ପଣ୍ଡା ରାମକୋ ସିମେଣ୍ଟ କାରଖାନା ପରିଚାଳନା ସହ କଥା ହୋଇଛନ୍ତି। ଆଜି ସେ ଅଟକ ଥିବା ଶ୍ରମିକମାନଙ୍କୁ ଭେଟିବେ ବୋଲି ଜଣାଯାଇଛି। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା କୁହାଯାଉଛି।

By amfnews

Related Post