Thu. Oct 15th, 2026
328 Views

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଗତ ରାତିରେ ୨ ଜଣଙ୍କୁ ଦଳି ମାରିଦେଇଛି ହାତୀ  ମୃତକଦ୍ୱୟ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ ।

ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗ୍ରାମବାସୀ ଶୋଇଥିବା ବେଳେ ହାତୀ ଏହି ୨ଟି ଗାଁରେ ପଶି ଉତ୍ପାତ ରଚିଥିଲା। ଏହାପରେ ବଂଶୀଧର ଓ ସନାତନଙ୍କ ଘର ଭାଙ୍ଗି ଦେଇ ସେମାନଙ୍କୁ ପାଦରେ ଦଳି ଦେଇଥିଲା।  ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

By amfnews

Related Post