Tue. Sep 8th, 2026

ରାଜ୍ୟ ସରକାର ପ୍ରଦର୍ଶନ ଉପରେ ଆଧାରିତ ନିର୍ବାଚନ ଫଳାଫଳ ମୋଦି ସରକାରଙ୍କୁ ପ୍ରଭାବିତ କରିବ ନାହିଁ: ରାଜନାଥ

326 Views

ନୂଆଦିଲ୍ଲୀ, ଡିସେମ୍ବର୧୧ : ରାଜ୍ୟ ନିର୍ବାଚନର ଫଳାଫଳ ପ୍ରବାହ ବିଜେପିର ବିପକ୍ଷରେ ଯାଉଥିବା ବେଳେ ବରିଷ୍ଠ ବିଜେପି ନେତା ଓ ଗୃହମନ୍ତ୍ରୀ ରାଜନାଥ ମଙ୍ଗଳବାର ଦିନ କହିଛନ୍ତି ଯେ ରାଜ୍ୟ ସରକାରମାନଙ୍କ ପ୍ରଦର୍ଶନ ଉପରେ ନିର୍ବାଚନ ଲଢ଼ାଯାଇଛି। ମୋଦି ସରକାରଙ୍କ ଏହାର ପ୍ରତିଫଳନ ପଡ଼ିବା କଥାକୁ ସେ ଖଣ୍ଡନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ତେଲେଙ୍ଗାନାରେ କଂଗ୍ରେସ ନେତୃତ୍ୱାଧୀନ ମହା ମେଣ୍ଟ ବିଶାଳ ପରାଜୟମୁଖୀ ହେଉଛି। ସେଠାରେ ବହୁଳ ସଂଖ୍ୟା ଗରିଷ୍ଠତା ହାସଲ କରି ଟିଆର୍‌ଏସ୍‌ କ୍ଷମତାକୁ ଆସିବାକୁ ବାହାରିଛି।

ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ସେ ସମସ୍ତ ବିଜୟୀ ଦଳ ଓ ପ୍ରାର୍ଥୀଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଟ୍ରେଣ୍ଡ୍‌ ଅନୁସାରେ ଛତିଶଗଡ଼ରେ ଶାସକ ବିଜେପି ଠାରୁ କଂଗ୍ରେସ ଢେର୍‌ ଆଗରେ ଥିବାବେଳେ ରାଜସ୍ଥାନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେଉଛି।

ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଦେଶରେ ସମାନ ବେଗରେ ଆଗେଇ ଚାଲିଥିବା ବେଳେ ମିଜୋରାମରେ କଂଗ୍ରେସ ମିଜୋ ନେସ୍‌ନାଲ୍‌ ଫ୍ରଣ୍ଟ୍‌ ଠାରୁ ହାରିଯିବା ପରି ମନେହେଉଛି।

By amfnews

Related Post