Tue. Jul 28th, 2026

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପାଢ଼ୀ

193 Views

ଭୁବନେଶ୍ୱର : ଆଜି ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ମୁଁ ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା କରିବି।”
ଅନ୍ୟପକ୍ଷରେ ଆଗାମୀ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ହେଲେ ଆଇନଗତ ଅସୁବିଧା ଯୋଗୁ ଏହା ସମ୍ଭବ ହୋଇପାରନି ବୋଲି କହିଛନ୍ତି ବିଦାୟୀ ରାଜ୍ୟ ନିର୍ବାଚନ କମିଶନର।

ସୂଚନାରଯୋଗ୍ୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଅସିତ୍ ତ୍ରିପାଠୀ ଦାୟିତ୍ୱ ନେଇଛନ୍ତି । ସେ ହେଉଛନ୍ତି ୧୯୮୬ ବ୍ୟାଚ୍‌ର ‌ଆଇଏଏସ୍ ଅଧିକାରୀ।

By amfnews

Related Post