Sat. Oct 17th, 2026

ରାଜ୍ୟର ପ୍ରଥମ କରୋନା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି

210 Views

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଥିବା ବେଳେ ଗତକାଲି ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ୭୨ ବର୍ଷୀୟ ବୃଦ୍ଧ ଜଣଙ୍କ ଭୁବନେଶ୍ୱରର ବାସିନ୍ଦା ଥିଲେ। ଏହା ହେଉଛି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାର ପ୍ରଥମ ମାମଲା।  ଏବେ ଉକ୍ତ ବୃଦ୍ଧଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ, ତାଙ୍କଠାରୁ ଅନ୍ୟ କାହାକୁ ସଂକ୍ରମଣ ହୋଇଛି କି ନାହିଁ, ତା’ର ଅନୁସନ୍ଧାନ ହେଉଛି। ଅର୍ଥାତ୍ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ଝାରପଡ଼ା ଅଞ୍ଚଳରେ ରହୁଥିବା ଏହି ବୃଦ୍ଧଙ୍କର ଗତକାଲି ଭୁବନେଶ୍ୱର ଏମ୍ସ ମୃତ୍ୟୁ ହୋଇଥିଲା। ତାଙ୍କୁ ଗତ ୪ ତାରିଖରେ ଏମ୍ସର ଭର୍ତ୍ତି କରାଯାଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଥିଲା। ତେବେ ଲକ୍ଷଣ ଦେଖି ସନ୍ଦେହ ବଢ଼ିବାରୁ ୫ ତାରିଖରେ ତାଙ୍କ ସାମ୍ପଲ ଟେଷ୍ଟ ପାଇଁ ଆରଏମ୍‌ଆରସିକୁ ପଠାଯାଇଥିଲା। ନମୁନା ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏଥିସହ ତାଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଥିଲା। ତେବେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post