Sun. Jul 26th, 2026

ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବଙ୍କୁ ଦିଆଯିବ ରନ୍ଧାଖାଦ୍ୟ, ପଞ୍ଜିକୃତ ଉଠାଦୋକାନୀ ପାଇବେ ମୁଣ୍ଡପିଛା ୩୦୦୦ ଟଙ୍କାର ସହାୟତା

214 Views

ଭୁବନେଶ୍ବର: ତାଲାବନ୍ଦ ସମୟରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବ‌ାର ଏକ ଭିଡିଓ ବାର୍ତ୍ତା ଜ‌ାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପରିବେଷଣ କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ଦାୟିତ୍ବ ଦିଆଯାଇଛି। ଗ୍ରାମାଞ୍ଚଳର ଗରିବ ଲୋକମାନେ ଏହି ରନ୍ଧାଖାଦ୍ୟ ମଧ୍ୟ  ଘରକୁ ନେଇ ଯାଇପାରିବେ।

ଏଥିସହ ମୁଖ୍ୟମନ୍ତ୍ରୀ ୧୧୪ଟି ସହରାଞ୍ଚଳର ଉଠାଦୋକାନୀଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ୬୫,୦୦୦ ଉଠାଦୋକାନୀଙ୍କୁ କରୋନା କଟକଣା ସମୟରେ ହୋଇଥିବା କ୍ଷତି ଲାଗି ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତାଲାବନ୍ଦ ସମୟରେ ବ୍ୟବସାୟ କରିପାରୁ ନଥିବା ଉଠାଦୋକାନୀଙ୍କ ଲାଗି ଏହା ଏକ ଆଶ୍ବସ୍ତିମୂଳକ ପଦକ୍ଷେପ।

By amfnews

Related Post