Mon. Sep 14th, 2026

ରାଜ୍ୟରେ ବେଧଡକ୍ ଚାଲିଛି ଆଇପିଏଲ ବେଟିଂ, ନବରଙ୍ଗପୁରରୁ ଜଣେ ବୁକି ଗିରଫ

291 Views

ନବରଙ୍ଗପୁର, ଏପ୍ରିଲ ୨୦ : ଆଇପିଏଲ ସିଜିନ୍ ଆସିଲେ କ୍ରିକେଟ ପ୍ରେମୀ ମାନଙ୍କର ଯେତିକି ଉତ୍ସାହ ବଢିଥାଏ ଆଇପିଏଲ ବେଟିଂ ଲଗାଉଥିବା ବୁକି ମାନଙ୍କର ବ୍ୟବସାୟ ମଧ୍ୟ ସେତିକି ସରଗରମ ହୋଇଥାଏ । ଏବେ ଆଇପିଏଲ ୨୦୨୧ ଚାଲିଛି ଓ ଏହାକୁ ନେଇ ଏବେ ରାଜ୍ୟରେ ବେଧଡକ୍ ଭାବରେ ଚାଲିଛି ଆଇପିଏଲ ବେଟିଂ । କୋଟି କୋଟି ଟଙ୍କା ର ବାଜି ଲାଗୁଛି ଆଇପିଏଲ କୁ ନେଇ ।

ନବରଙ୍ଗପୁରରେ ଅନଲାଇନ୍ ଆପ୍ ମାଧ୍ୟମରେ ବେଟିଂ ଚାଲିଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇଁ ନବରଙ୍ଗପୁର ଟାଉନ୍ ଥାନା ପୋଲିସ୍ ବିଭିନ୍ନ ଯାଗାରେ ଚଢାଉ ନବରଙ୍ଗପୁର ଟାଉନ୍ ଅଞ୍ଚଳରେ ବେଟିଂ ଚାଲିଥିବା ବେଳେ ବେଟିଂ ଲଗାଉଥିବା ଜଣେ ବୁକିକୁ ଗିରଫ କରିଥିବା ସୂଚନା ମିଳିଛି ।

ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି । ଆଇପିଏଲ ବେଟିଂ ସମୟରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରିଛି । ଗିରଫ ବୁକିଙ୍କ ନାମ ହେଉଛି ଜି.ଲୋକେଶ । ଚଢ଼ଉ ସମୟରେ ଅଭିଯୁକ୍ତ ନିକଟରୁ ୩ ଲକ୍ଷ ୮୮ ହଜାର ନଗଦ ଟଙ୍କା ସହ ୩ ଟି ସୁନା ଚେନ, ୪ ଟି ମୋବାଇଲ ଫୋନ ପୋଲିସ ଜବତ କରିଛି ।

By amfnews

Related Post