Thu. May 14th, 2026

ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପତ୍ତି, ଆସନ୍ତା 24 ଘଣ୍ଟା ମଧ୍ୟରେ 13 ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

289 Views

ଭୁବନେଶ୍ୱର, ଅକ୍ଟୋବର ୦୬ : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଏହାକୁ ଲାଗି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ ଜିଲା ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର ଏବଂ ସୋନପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଲଘୁଚାପ ଯୋଗୁ ରାଜ୍ୟର କେତେକ ସ୍ଥାନରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି ।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜକନିକାରେ ୧୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୋମନା ୯, ଲମତାପୁଟ ୮, କୋଟ୍ରାଗୁଡା ୮, ରାୟଗଡା ୮, ମାଥିଲି ୮, କୋଟପାଡ ୭, ତିର୍ତ୍ତୋଲ ୭, ନିଆଳି ୭, ମୁନିଗୁଡା ୬, ଆଳିପିଙ୍ଗଳ ୬, ଲାଞ୍ଜିଗଡ ୬, ଛେଣ୍ଡିପଦା ୬, ବିଷମକଟକ ୬, ଧର୍ମଗଡ ୫, କଳାହାଣ୍ଡି ୫, ଯୁଯୁମୁରା ୫, କୁଜଙ୍ଗ ୫ ଏବଂ ମାହାଙ୍ଗାରେ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଆସନ୍ତା ୯ ତାରିଖରେ ଆଣ୍ଡାମାନ ଉପକୂଳ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୯ରୁ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

By amfnews

Related Post