Wed. Oct 14th, 2026

ରାଜ୍ୟରେ ଗତ ତିନି ଦିନରେ ଚିହ୍ନଟ ହୋଇ ନାହାନ୍ତି ଜଣେ ହେଲେ କରୋନା ପଜିଟିଭ୍‌

322 Views

ଭୁବନେଶ୍ୱର : କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ସାରା ବିଶ୍ୱରେ ତଥା ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଓଡ଼ିଶାରେ ଏଥିରେ ବ୍ରେକ୍ ଲାଗିଛି। ଗତ ତିନି ଦିନରେ ରାଜ୍ୟରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଏହି ତିନି ଦିନରେ ପରୀକ୍ଷା ହୋଇଥିବା ସମସ୍ତ ନମୂନା ନେଗେଟିଭ୍ ଆସିଛି।

ବୁଧବାର (୧୫ ତାରିଖ) ରାଜ୍ୟରେ ମୋଟ ୧,୧୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଗୁରୁବାର (୧୬ ତାରିଖ) ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା। ସେହିପରି ଗତକାଲି ୧,୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଆଉ ଏ ସବୁ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ୍ ଆସିଛି। ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

By amfnews

Related Post