Sat. Oct 17th, 2026

ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗସ୍ତ

257 Views

ଉଦଳା: ଉଦଳାରୁ ବାରିପଦା ଯିବା ବାଟରେ ପୁରୁଣାପାଣି ନିକଟରେ ଗୁରୁବାର ଅପରାହ୍ନରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁଇଟି ଦୁର୍ଘଟଣାଗସ୍ତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଗାଡ଼ି ପାର କରି ଯିବା ସମୟରେ  ଜଣେ ସାଇକେଲ ଆରୋହୀ ହଠାତ ଗାଡ଼ି ସାମ୍ନାକୁ ପଶି ଆସିଥିଲେ। ଫଳରେ ଆଗପଛ ହୋଇ ଯାଉଥିବା ରାଜ୍ୟପାଳଙ୍କ ଦୁଇଟି ଏସ୍କର୍ଟ ଗାଡ଼ି ମଧ୍ୟରୁ ଗୋଟିଏ ବ୍ରେକ୍‌ ଦେଇଥିବା ବେଳେ ଅନ୍ୟ ଏସ୍କର୍ଟ ଗାଡ଼ିଟି ଆଗଗାଡ଼ି ସହିତ ଆସି ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳି ନଥିବା ବେଳେ ଗାଡ଼ି ଦୁଇଟି ପରସ୍ପର ସହିତ ପିଟି ହେବା ହେତୁ କ୍ଷତିଗ୍ରସ୍ତ ହୋଇଛି।

By amfnews

Related Post