Thu. Aug 13th, 2026

ରାଜସ୍ଥାନ ଇଞ୍ଜିନିୟରିଙ୍ଗ୍‌ କଲେଜଗୁଡ଼ିକର ପ୍ରତ୍ୟେକ ନୂଆ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇବେ

253 Views

ଜୟପୁର : ରାଜ୍ୟରେ ଥିବା ସମସ୍ତ ସରକାରୀ ଇଞ୍ଜିନିୟରିଙ୍ଗ୍‌ କଲେଜରେ ପ୍ରତ୍ୟେକ ନୂଆ ଛାତ୍ରଛାତ୍ରୀ ଏଇ ଶିକ୍ଷା ବର୍ଷରେ କଲେଜ ପରିସର ମଧ୍ୟରେ ଗୋଟିଏ ଲେଖାଏଁ ଗଛ ଲଗାଇବେ ବୋଲି ରାଜସ୍ଥାନ ସରକାର ଆଦେଶ ଦେଇଛନ୍ତି।

ବୈଷୟିକ ଶିକ୍ଷାମନ୍ତ୍ରୀ ଡକ୍ଟର ସୁଭାଷ ଗର୍ଗ କହିଛନ୍ତି: ରାଜସ୍ଥାନର ସମସ୍ତ ସରକାରୀ କଲେଜ୍‌ ପ୍ରତ୍ୟେକ ଛାତ୍ରଛାତ୍ରୀ ଏ ଥର ଶିକ୍ଷା ବର୍ଷରେ କଲେଜ ପରିସରରେ ଗଛଟିଏ ଲଗାଇ ସ୍ନାତକ ହେଲାଯାଏଁ ତା’ର ଯତ୍ନ ନେବେ।

ଇଞ୍ଜିନିୟରିଙ୍ଗ କଲେଜରେ ପ୍ରାକୃତିକ ପରିବେଷ ଲାଗି ଗ୍ରହଣ କରାଯାଇଥିବା ୪ଟି ଉପକ୍ରମ ମଧ୍ୟରୁ ଏହା ଅନ୍ୟତମ। ରାଜସ୍ଥାନର ୮ଟି କ୍ୟାମ୍ପସ୍‌ରେ ୧୧ଟି ଇଞ୍ଜିନିୟରିଙ୍ଗ୍‌ କଲେଜ ଚାଲିଛି। ତିନିଟି ଇଞ୍ଜିନିୟରିଙ୍ଗ କଲେଜର ଅଟ୍ଟାଳିକା ନିର୍ମାଣ ଚାଲିଛି।

ଯେତେ ନୂଆ ଛାତ୍ର ସେତେଟି ଗଛ ଲାଗିଛି ନା ନାହିଁ ନାମ ଲେଖା ପ୍ରକ୍ରିୟା ଶେଷ ହେବା ପରେ ସେ ନିଜେ ଯାଇ ଯାଞ୍ଚ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ପରିବେଶ ପାଇଁ ବାକି ତିନୋଟି ଉପକ୍ରମ ହେଉଛି ଜଳାଶୟ ଜଳ ସଂରକ୍ଷଣ, ପରିଚ୍ଛନ୍ନତା ଏବଂ ଗାନ୍ଧୀ ଦର୍ଶନ ଉପରେ କାର୍ଯ୍ୟକ୍ରମ।

By amfnews

Related Post