Fri. Oct 9th, 2026

ରାଜସ୍ଥାନର ସର୍ବ କନିଷ୍ଠ ବିଚାରପତି ହେବାକୁ ଯାଉଛନ୍ତି ୨୧ ବର୍ଷିୟ ଜୟପୁର ତରୁଣ

271 Views

ଜୟପୁର: ଜଣେ ସର୍ବ କନିଷ୍ଠ ଭାବେ ରାଜସ୍ଥାନ ଜୁଡିସିଆଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୁଧବାର ଦିନ ଇତିହାସ ରଚିଛନ୍ତି ୨୧ ବଷିୟ ମୟଙ୍କ ପ୍ରତାପ ସିଂହ।

ପୂର୍ବରୁ ଏହି ପରୀକ୍ଷା ନିମନ୍ତେ ସର୍ବନିମ୍ନ ବୟସ ସୀମା ଥିଲା ୨୩ ବର୍ଷ। ରାଜସ୍ଥାନ ହାଇକୋର୍ଟ ଏହାକୁ ଜାନୁଆରି ମାସରେ ୨୧ ବର୍ଷକୁ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ମୟଙ୍କଙ୍କୁ ପରୀକ୍ଷା ଦେବା ନିମେନ୍ତ ଯୋଗ୍ୟ ବିବେଚିତ କରିଥିଲା।

ମାନସରୋବରବାସୀ ମୟଙ୍କ ଏ ବର୍ଷ ଏପ୍ରିଲ୍‌ ମାସରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ୫ ବର୍ଷିଆ ଆଇନ ପାଠ୍ୟକ୍ରମ ଶେଷ କରି ଜୁଡିସିଆଲ୍‌ ସର୍ଭିସ୍‌ରେ ଯୋଗ ଦେବାକୁ ପ୍ରସ୍ତୁତି ଚଳାଇଥିଲେ।

By amfnews

Related Post