Tue. Sep 29th, 2026

ରାଜନୈତିକ ମତ ପାର୍ଥକ୍ୟ ନୁହେଁ, ମାଓବାଦୀ ସମ୍ପୃକ୍ତି ପାଇଁ ସାମାଜିକ କର୍ମୀଙ୍କ ଗିରଫଦାରି ହୋଇଛି : ସୁପ୍ରିମ୍‌ କୋର୍ଟ

293 Views

ନୂଆଦିଲ୍ଲୀ : ଭୀମା-କୋରେଗାଓଁ ହିଂସାକାଣ୍ଡରେ ସମ୍ପୃକ୍ତ ସାମାଜିକ କର୍ମୀଙ୍କ ଗିରଫଦାରି ମାମଲାର ବିଚାର କାି  ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇ କହିଛନ୍ତି ଯେ ସାମାଜିକ କର୍ମୀଙ୍କ ଗିରଫଦାରି ରାଜନୈତିକ ମତ ପାର୍ଥକ୍ୟ ଯୋଗୁଁ  ନୁହେଁ ମାଓବାଦୀ ସମ୍ପୃକ୍ତି ପାଇଁ କରାଯାଇଛି । ସୁପ୍ରିମ କୋର୍ଟ ଆହୁରି ମଧ୍ୟ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ବାରବରା ରାଓ, ଅରୁଣ ଫେରିରା, ବର୍ଣ୍ଣନ୍‌ ଗନ୍‌ସାଲ୍‌ଭିସ୍‌, ସୁଧା ଭରଦ୍ୱାଜ ଏବଂ ଗୌତମ ନବଲାଖା ଆଉ ଚାରି ସପ୍ତାହ ଗୃହବନ୍ଦୀ ରହିବେ।

ମାମଲାର ତଦନ୍ତ ଲାଗି ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ସିଟ୍‌) ଗଠନ କରିବାକୁ ସାମାଜିକ କର୍ମୀଙ୍କ ତରଫରୁ କରାଯାଇଥିବା ଆବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ରାୟରେ କୁହାଯାଇଛି ଯେ, ମାମଲାରେ ଅଭିଯୁକ୍ତମାନେ ତଦନ୍ତକାରୀ ଏଜେନ୍‌ସି ବାଛି ପାରିବେ ନାହିଁ। ମାମଲାର ତଦନ୍ତକାରୀ ଅଧିକାରୀମାନେ ତଦନ୍ତ ଚାଲୁ ରଖିବାକୁ ଅନୁମତି ଦିଆଯାଉଛି।ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏ ଏମ୍‌ ଖାନଓ୍ଵିଲ୍‌କର୍‌ ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

By amfnews

Related Post