Thu. Jul 2nd, 2026

ରାଜଧାନୀରେ ଲୁଟ, ଓମଫେଡ ତାଲାକାଟି ଲୁଟିଲେ ଦୁର୍ବୃତ୍ତ

253 Views

ଭୁବନେଶ୍ୱର, ଅଗଷ୍ଟ ୦୭  : ରାଜଧାନୀରେ ପୁଣି ଚୋରି. ଓମଫେଡ୍ ପାର୍ଲର୍ କବାଟ ତାଲା କାଟି କଳାକନା ବୁଲେଇଲେ ଦୁର୍ବୃତ୍ତ. ନେଇଗଲେ ପାଖାପାଖି ୬୦ ହଜାର ଟଙ୍କାର ଜିନିଷ ଓ ନଗଦ ଟଙ୍କା. ଏହି ଘଟଣା ଘଟିଛି ଖାରବେଳ ନଗର ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରିୟା ଛକରେ ଥିବା ଓମଫେଡ୍ ପାର୍ଲରରେ . ଗତକାଲି ନାଇଟ କର୍ଫ୍ୟୁ ସମୟରେ ଘଟିଛି ଏହି ଘଟଣା. ଗତକାଲି ରାତି ୮.୪୫ ରେ ଦୋକାନରେ ତାଲା ପକେଇ ଯାଇଥିଲେ ଦୋକାନ ମାଲିକ. ସକାଳ ଆସି ଦେଖିଲା ବେଳକୁ ପଇସା ଡ୍ର ଖୋଲା ରହିଥିବା ବେଳେ ମାଇକ୍ରୋୱେଭ ଏବଂ ଅନେକ ଖାଇବା ପିଇବା ଜିନିଷ ଦୋକାନରୁ ଖାଲି ହୋଇଯାଇଥିଲା. ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା କଟା ଯାଇଥିବା ଆରି ବ୍ଲେଡ୍ ଜବତ କରିଛି.

By amfnews

Related Post