Sat. Oct 17th, 2026

ରାଜଧାନୀରେ ଲକ୍‌ ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ଦଣ୍ଡ : ୨୪ ଘଣ୍ଟାରେ ୧୪୯ ମାମଲା

397 Views

ଭୁବନେଶ୍ବର : ଲକ୍ ଡାଉନ୍ ଘୋଷଣା ପରେ କ‌ଠୋର ହୋଇଛି ରାଜ୍ୟ ପୁଲିସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିବେଦନ ପରେ ବି ଲୋକ ଘରେ ନ ରହି ବାହାରେ ବୁଲୁଛନ୍ତି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକେ ଆଇନ ଉଲ୍ଲଂଘନ କରିଥିବା ଘଟଣା ନଜରକୁ ଆସିଛି। ଏହାକୁ ନେଇ ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍‌ ଡାଉନ୍‌ ସଂକ୍ରାନ୍ତୀୟ ନିୟମ ଓ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୧୩୭ଟି ମାମଲା ରୁଜୁ ହୋଇଛି। ସେହିପରି ବିଦେଶରୁ ଫେରି ସଙ୍ଗରୋଧ ଆଇନ ଉଲ୍ଲଂଘନ କରି ବାହାରେ ଖୋଲାଖୋଲି ବୁଲୁଥିବା ନେଇ ୫ଟି ମାମଲା ରୁଜୁ କରିଛି ପୁଲିସ। କରୋନା ସଂକ୍ରାନ୍ତୀୟ ଅନ୍ୟ ୭ଟି ମାମଲା ରୁଜୁ ହୋଇଛି। ଏହିପରି ଭାବେ ୨୪ ତାରିଖ ସକାଳୁ ୨୫ ତାରିଖ ସକାଳ ମଧ୍ୟରେ ୧୪୯ଟି ମାମଲା ରୁଜୁ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

By amfnews

Related Post