Fri. Jul 3rd, 2026

ରାଉରକେଲ: ୪ ବର୍ଷର ଦନ୍ତାହାତୀର ମୃତଦେହ ଠାବ

272 Views

ରାଉରକେଲା: ବଣାଇ ବନଖଣ୍ଡ ସୋଲ ରେଞ୍ଜ ଅନ୍ତର୍ଗତ କୁଞ୍ଜୁର ସଂରକ୍ଷିତ ଜଙ୍ଗଲ ଭିତରେ ଏକ ୪ ବର୍ଷର ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। କିପରି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ସୂଚନା ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ମୃତଦେହ ବ୍ୟବଛେଦ ହେବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବଣାଇ ବନଖଣ୍ଡ ସୋଲ ରେଞ୍ଜ ଅନ୍ତର୍ଗତ କୁଞ୍ଜୁର ସଂରକ୍ଷିତ ଜଙ୍ଗଲକୁ କେତେକ ସ୍ଥାନୀୟ ଲୋକ ଜାଳେଣୀ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମାବସୀମାନେ ସୋଲ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବଣାଇ ବନଖଣ୍ଡ ସୋଲ ରେଞ୍ଜର ଏକ ସ୍ୱତନ୍ତ୍ର ଟିମ୍‍ ଘଟଣାସ୍ଥଳକୁ ଯାଇଛନ୍ତି। ହାତୀଟିର ଗତ କାଲି ରାତିରେ ମୃତ୍ୟୁ ଘଟିଥିବା କୁହାଯାଉଛି।

By amfnews

Related Post