Wed. Sep 2nd, 2026

ରାଉରକେଲା ସେବା ଟ୍ରଷ୍ଟ ବୈଠକ ଅନୁଷ୍ଠିତ

296 Views

ରାଉରକେଲା, ୧୩/୭  : ରାଉରକେଲା ସେବା ଟ୍ରଷ୍ଟ ତରଫରୁ ସେକ୍ଟର-୨ ଖରିଆ ବାହାଲ ବସ୍ତିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ଭାରତ ଅଭିଯାନରେ ରାଉରକେଲା ସେବା ଟ୍ରଷ୍ଟ ସଭ୍ୟ ଓ ସଭ୍ୟାମାନେ ସାମିଲ୍ ହୋଇଥିଲେ ।

ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ପାଇଁ, ବିଦ୍ୟାଳୟ ଯାଉନଥିବା ପିଲାଙ୍କୁ ବିଦ୍ୟାଲୟ ପଠାଇବା ପାଇଁ ଟ୍ରଷ୍ଟ ସଭାପତି ରବି ନାରାୟଣ ପଶାୟତ, ସଭାନେତ୍ରୀ ରୀନା ପଶାୟତ, ସମ୍ପାଦକ ରବୀନ୍ଦ୍ର କୁମାର ବିଶ୍ୱାଳ, ଦିଗମ୍ବର ମହାପାତ୍ର, ଆଇନ୍ ପରାମର୍ଶଦାତା ଚିତ୍ତ ପଟ୍ଟନାୟକ, ପ୍ରଭାତ ବିଶ୍ୱାଳ, ଅନୀତା ପ୍ରଧାନ, ଅନୀତା ପତି, ପ୍ରଭାତ ଦାସ, ପ୍ରଦୀପ ପାଢୀ, ମୁନା ସାମନ୍ତରାୟ, ବିରେନ କୁମାର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରାଉରକେଲା ସେବା ଟ୍ରଷ୍ଟ ତରଫରୁ ଆଗାମୀ ଦିନରେ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ନିଃସ୍ୱାର୍ଥପର ଭାବେ ସେବାକାର୍ଯ୍ୟ ଚାଲୁ ରଖିବାକୁ ସଭାପତି ଶ୍ରୀ ପଶାୟତ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ôଚବ ସେଥିପାଇଁ ରାଉରକେଲା ସେବା ଟ୍ରଷ୍ଟ ତାର ଉଦ୍ୟମ ଜାରି ରଖିବ ।

ଡାକ୍ତରଖାନାରେ ଥିବା ରୋଗୀଙ୍କୁ ସହାୟତା ପାଇଁ ଟ୍ରଷ୍ଟ ତରଫରୁ ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନେ ସାମିଲ୍ ହେବା ପାଇଁ ଟ୍ରଷ୍ଟ ସଭାପତି ଅନୁରୋଧ ଜଣାଇଛନ୍ତି ।

Related Post