Wed. Jun 10th, 2026

ରାଉରକେଲା: ବିଲ୍ଡରଙ୍କ ଉପରକୁ ଗୁଳିମାଡ଼, ଅଙ୍ଗରକ୍ଷୀ ଗୁରୁତର, କାରରରେ ବାଜିଛି ୫ଟି ଗୁଳି

333 Views

ରାଉରକେଲା, ଡିସେମ୍ବର ୧୧ :  ଗତକାଲି ବିଳମ୍ବିତ ରାତିର ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଗର୍ଜିଛି ବନ୍ଧୁକ। ଆଉ ଦୁର୍ବୃତ୍ତଙ୍କ ଟାର୍ଗେଟ ଥିଲେ ରାଉରକେଲାର ଜଣେ ପ୍ରତିଷ୍ଠିତ ବିଲ୍ଡର। ମାତ୍ର ସୌଭାଗ୍ୟକୁ ବିଲ୍ଡର ଜଣକ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଅଙ୍ଗରକ୍ଷୀଙ୍କୁ ମୁଣ୍ଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଅଙ୍ଗରକ୍ଷୀଙ୍କୁ ଆର ଜି ଏଚ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୫ଟି ଖୋକା ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାର ଜଣାଶୁଣା ବିଲ୍ଡର ଅନମୋଲ ସିଂହ ଗତକାଲି ରାତିରେ ସୁନ୍ଦରଗଡ଼ରେ ତାଙ୍କର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇ ନିଜ ଓଡ଼ି୧୪ ଜି ୦୦୧୦ ନମ୍ବର ବିଶିଷ୍ଟ ଥଣ୍ଡର କାର ଯୋଗେ ନିଜ ଅଙ୍ଗରକ୍ଷୀ ମିଟୁ ସିଂହଙ୍କ ସହିତଫେରୁଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବଆହ୍ମଣୀ ତରଙ୍ଗ ଥାନା ବେଦବ୍ୟାସ ନିକଟସ୍ଥ ବେଲଡିହି ଛକ ନିକଟରେ ତାଙ୍କ କାର ଉପରକୁ ୩/୪ ଜଣ ଯୁବକ ଆଖିବୁଜା ଗୁଳି ଚଳାଇଥିଲେ। ସେଥିମଧ୍ୟରୁ ୫ଟି ଗୁଳି ତାଙ୍କ କାରରେ ବାଜିଥିବା ବେଳେ ଗୋଟିଏ ଗୁଳି ଶ୍ରୀ ସିଂହଙ୍କ ଅଙ୍ଗରକ୍ଷୀ ମିଟୁ ସିଂହଙ୍କ ମୁଣ୍ଡରେ ବାଜି ଥିଲା। ଗୁରୁତର ଅବସ୍ଥାରେ ମିଟୁସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ବ୍ରାହ୍ମଣୀତରଙ୍ଗ ଥାନା ଓ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post