Fri. May 15th, 2026

ରାଉରକେଲା କ୍ରିକେଟ୍‌ ବେଟିଂ: ୩ ହଜାର ଡଲାର୍‌, ପାସ୍‌ପୋର୍ଟ ଜବତ; ଆଉ ଜଣେ ଗିରଫ

208 Views

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ୍‌କୁ ଆଧାର କରି ଜୁଆଖେଳରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବୁଧବାର ସକାଳେ ପୁଲିସ ଗିରଫ କରିବା ସହ ଗତକାଲି ଗିରଫ ହୋଇଥିବା ଅନ୍ୟ ଜଣଙ୍କ ଘରୁ ପୁଲିସ ୩ ହଜାର ଡଲାର୍‌ ଜବତ କରିଛି।

ଗିରଫ ଅଭିଯୁକ୍ତ ହେଉଛନ୍ତି ନାଲା ରୋଡ୍‌ ଅନ୍ତର୍ଗତ ଦରଘାଇ ମହଲାର ପପୁ ଖାଁ। ଗତକାଲି ଜୁଆ ଆଡ୍ଡାରେ ଚଢ଼ାଉ ସମୟରେ ଧରା ପଡ଼ିଥିବା କପଡ଼ା ବ୍ୟବସାୟୀ ନାଗରମଲ ଅଗ୍ରଓ୍ଵାଲ୍‌ଙ୍କ ଘରୁ ପୁଲିସ ତଲାସ କରୁଥିବା ସମୟରେ ଗୋଟିଏ ପାସ୍‌ପୋର୍ଟ ଏବଂ ୩୦୦୦ ଡଲାର ପାଇଛି। ରାୟପୁରରୁ ରାଉରକେଲା ଯାଏଁ ଚାଲିଥିବା ଏହି ଜୁଆ ଖେଳକୁ ରାୟପୁଣ ଠାରେ ଜଣେ କିଙ୍ଗ୍‌ପିନ୍‌ ନିୟନ୍ତ୍ରଣ କରୁଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

By amfnews

Related Post