Thu. Jul 23rd, 2026

ରାଇକିଆରେ ଚିନ୍ତା ବଢ଼ାଉଛି କଣ୍ଟେନମେଣ୍ଟ, ପ୍ରଶାସନର ନୀରବତା ନେଇ ଉଠିଛି ପ୍ରଶ୍ନ

330 Views

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆରେ କରୋନା ପଜିଟିଭ୍ ଚିହ୍ନଟ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଗତ ୧୦ ତାରିଖ ଦିନ ରାଇକିଆର ଆଖପାଖ ୧୨ଟି ଗାଁକୁ କଣ୍ଟେନମେଣ୍ଟ ଓ ୧୫ଟି ଗାଁକୁ ବଫର୍ ଜୋନ୍ ଘୋଷଣା କରି ଦେଇ କାମ ସାରି ଚୁପ୍ ବସିଛନ୍ତି । ଏହାପରେ ନା ସେହି ଅଞ୍ଚଳକୁ କୌଣସି ପ୍ରଶାସନିକ ଅଧିକାରୀ ଯାଇ ଲୋକଙ୍କୁ ସଚେତନତା କରୁଛନ୍ତି ନା ସ୍ବାସ୍ଥ୍ୟ ବିଭାଗର ଟିମ୍ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି ନା ଉକ୍ତ ସମସ୍ତ ଅଞ୍ଚଳ ବିଶୋଧନ କରାଯାଇଛି।

ଘୋଷଣାର ୧୪ ଦିନ ବିତିଥିବା ବେଳେ ସେହି ଅଞ୍ଚଳରେ ବସବାସ କରୁଥିବା ୧୫ ହଜାର ଖଟି ଖିଆ, ମଜୁରିଆ ଓ ସାଧାରଣ ଲୋକ ସବୁବେଳେ ବଜାର ଉପରେ ନିର୍ଭର କରି ଚଳୁଥିବା ଲୋକେ ଏକ ପ୍ରକାର ଡହଳ ବିକଳ ହେଲେଣି। ନା କାମ ଧନ୍ଦା ପାଉଛନ୍ତି ନା କୌଣସି ସହାୟତା।

ପ୍ରଶାସନର ସହଯୋଗ ଅଭାବରୁ କଣ୍ଟେନମେଣ୍ଟ ଅଞ୍ଚଳ ଦେଇ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ କୁ କୋହଳ କରା ନ ଗଲେ ଲୋକେ ବାଧ ହୋଇ ଆଇନ କୁ ହାତକୁ ନେବେ ବୋଲି ଧମକ ଦେଇଛନ୍ତି । ରାଇକିଆର କିଛି ବୁଦ୍ଧିଜୀବୀ କଣ୍ଟେନମେଣ୍ଟ ଅଞ୍ଚଳକୁ କୋହଳ କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ ଭେଟି ଏକ ଲିଖିତ ପତ୍ର ଦେବା ସହ ଆଲୋଚନା କରିଛନ୍ତି।

By amfnews

Related Post