Thu. Jun 11th, 2026

ରବିବାର ଗଡ଼ିବନି ପାସେଞ୍ଜର ଟ୍ରେନ୍‌

169 Views

ଭୁବନେଶ୍ୱର : ମାର୍ଚ୍ଚ ୨୨ ତାରିଖ ରବିବାର ଗଡ଼ିବନି କୌଣସି ପାସେଞ୍ଜର ଟ୍ରେନ୍‌। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ଗଡ଼ିବନାହିଁ। ଏହି କଟକଣା ରବିବାର ରାତି ୧୦ଟା ଯାଏଁ ଲାଗୁହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ରେଳ ବିଭାଗର କଟକଣା ଜାରି କରିଛି। ସେହିପରି ଏକ୍ସପ୍ରେସ୍‌ ଓ ମେଲ୍‌ ଟ୍ରେନ୍‌ ଗୁଡ଼ିକ ରବିବାର ଭୋର ୪ଟାରୁ ଅଟକିବ। ରବିବାର ୩୭୦୦ ଟ୍ରେନ୍‌ ଗଡ଼ିବ ନାହିଁ। କିନ୍ତୁ ମାଲ୍‌ବାହୀ ଟ୍ରେନ୍‌ ଗୁଡ଼ିକ ଗଡ଼ିବ ବୋଲି ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଆଜି ସୁଦ୍ଧା ‘କରୋନା’ରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨୩ ଜଣ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ଅଛନ୍ତି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସମ୍ୱୋଧିତ କରି ରବିବାର ଜନତା କର୍ଫ୍ୟୁ କରିବାକୁ ଅନୁରୋଧ କରିଥିଲେ। ଜନତା କର୍ଫ୍ୟୁ ସକାଳ ୭ଟାରୁ ରାତି ୯ ପର୍ଯ୍ୟନ୍ତ ଜାରି ରହିବ ବୋଲି ମୋଦି ଘୋଷଣା କରିଥିଲେ। ‘କରୋନା’ ଭୟକୁ ଦେଖି ପ୍ରଧାନମନ୍ତ୍ରୀଙ୍କର ଏପରି ଘୋଷଣାକୁ ସମସ୍ତେ ସମର୍ଥନ କରିଛନ୍ତି। ରେଳ ବିଭାଗ ମଧ୍ୟ ପାସେଞ୍ଜର ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖିବାକୁ ଘୋଷଣା କରିଛି। ଏହି ନିୟମ ସମଗ୍ର ଭାରତବର୍ଷରେ ଲାଗୁ ହେବ।

By amfnews

Related Post