Mon. Jul 27th, 2026

ରଥଖଳା ଚଳଚଞ୍ଚଳ, ତିନି ରଥର ଚକଡେରା ଓ ମୁହାଁଟ ବାଡ଼ିଆ

182 Views

ପୁରୀ : ଘୋଷ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ରଥଖଳାରେ ରଥ ଚକ ନିର୍ମାଣକୁ ଶେଷ ସ୍ପର୍ଶ ଦିଆଯାଇଛି। ଚକ ନିର୍ମାଣ ସରିବା ପରେ ତିନି ରଥର ମୋଟ ୪୨ ଚକ ଡେରା ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ୧୪ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ (ଦର୍ପଦଳନ) ରଥର ୧୨ ଚକ ଡେରା ଯାଇଛି। ଏଥି ସହିତ ଅଖଚକ ସଂଯୋଗ କରାଯାଇଛି। ଆଜି ତିନି ରଥର ମୁହାଁଟି ବାଡିଆ କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଷ୍ଠାର ସହିତ ‌ରଥ ନିର୍ମାଣ କାମକୁ ଜାରି ରଖିଛନ୍ତି।

By amfnews

Related Post