Sun. Oct 18th, 2026
196 Views

ଭଦ୍ରକ : ଭଦ୍ରକ ବ୍ଲକ୍‌ ବନ୍ଧଗାଁରେ ଥିବା ରେସି କନ୍‌ଭେଣ୍ଟ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ‘ଉଡାନ୍‌-୨୦୨୦’ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଭଦ୍ରକ ସାଂସଦ  ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି  ବରିଷ୍ଠ ସିନେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।  ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାସହ ପ୍ରଦ୍ୟୁମ୍ନ ଲେଙ୍କା ନିଜର ଡାଇଲଗ୍‌ରେ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ।

By amfnews

Related Post