Tue. Aug 25th, 2026

ଯୌତୁକକୁ ନେଇ ଝଗଡ଼ା ହେବାପରେ ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା

243 Views

ବାୁଲୁଗାଁ/ଖୋର୍ଦ୍ଧା   : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଅଂଚଳରେ ସାନ ନଇରି ଗ୍ରାମରେ ଜଣେ ନବ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଥାନା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଇରି ଗାମର ସ୍ବର୍ଗତ ସନାତନ ସାହୁ(୨୨) ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଥାନାର ବସନ୍ତପୁରର ବାଆଜୀ ଜେନାଙ୍କ ଝିଅ ଶିବାନୀଙ୍କୁ ଦୁଇ ମାସ ତଳେ ପ୍ରେମ ବିବାହ କରିଥିଲେ।

ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡ଼ା ହୋଇଥିଲା।କିଛି ସମୟପରେ ସନାତନ ଘରୁ ବାହାରି ଚାଲିଯାଇଥିଲେ। ଏହି ସମୟରେ ରାତି ପ୍ରାୟ ୧ଟା ବେଳକୁ ରାଗିଯାଇ ଶିବାନୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଘରକୁ ଫେରିବାପରେ ସନାତନ ଦେଖିଲେ ଶିବାନୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ସେ ଏକଥା ମାଆଙ୍କୁ କହିବାପରେ ମାଆ ବାଣପୁର ଥାନାକୁ ଖବର ଦେଇଥିଲେ। ପୁଲିସ୍ କାଳେ ତାଙ୍କୁ ଗିରଫ କରିବ ସେହି ଭୟରେ ସନାତନ ବି ଘରେ ପଶିଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ସକାଳେ ବାଣପୁର ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣା ସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post