Sat. Jul 4th, 2026

ଯୋଗ ପରେ ଆସନ ନେବାକୁ ମାଡ଼ଗୋଳ

280 Views

ନୂଆଦିଲ୍ଲୀ: ଆଜି ହେଉଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସହିତ ସାରା ବିଶ୍ୱ ଏହାକୁ ପାଳନ କରୁଛି। ଏହି ଅବସରରେ ହରିଆଣାର ରୋହତକରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ। ଏଥିରେ ସମସ୍ତେ ଯୋଗ କରିଥିଲେ। ତେବେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ଯୋଗ କରିବାକୁ ବିଛା ଯାଇଥିବା ଆସନଗୁଡ଼ିକୁ ନେବା ପାଇଁ ଲୋକଙ୍କ ମଧ୍ୟରେ ମାଡ଼ଗୋଳ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏକ ହଜାର ଲୋକଙ୍କ ପାଇଁ ଏଠାରେ ଆସନ ମଧ୍ୟ ବିଛା ଯାଇଥିଲା। ତେବେ କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ଉପସ୍ଥିତ ଲୋକେ ଆସନ ଧରି ଦୌଡ଼ିବାରେ ଲାଗିଲେ। ଆସନ ନ ନେବାକୁ ଆୟୋଜକମାନେ କହିଥିଲେ ହେଁ, କେହି ସେମାନଙ୍କ କଥା ଶୁଣି ନଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ସେହିପରି ଆସନ ନେବାକୁ ନେଇ ଲୋକଙ୍କ ମଧ୍ୟରେ ଟଣାଓଟରା ଓ ମାଡ଼ଗୋଳ ସ୍ଥିତି ବି ସୃଷ୍ଟି ହୋଇଥିଲା।

loot1ସୂଚନାଯୋଗ୍ୟ, ଯୋଗ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ମେଗା ଇଭେଣ୍ଟ୍ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ସାଧାରଣ ଲୋକଙ୍କ ସହ ମିଶି ଯୋଗ କରିଛନ୍ତି।

By amfnews

Related Post