Thu. Jun 11th, 2026

ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା!

202 Views

କେନ୍ଦୁଝର, ନଭେମ୍ବର ୮: ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଆହତ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା।

ସୂଚନା ଅନୁସାରେ, ମହିଳା ଜଣଙ୍କ ତାଙ୍କୁ ଘରକୁ ଡାକିଥିଲେ। ଗତକାଲି ରାତିରେ ସେ ଚେନ୍ନାଇରୁ ଆସି ସେଠାକୁ ଯାଇଥିଲେ। ମହିଳା ଜଣଙ୍କ ତାଙ୍କୁ ମଦ ପିଆଇଥିଲେ। ସେ ଶୋଇଥିବା ଅବସ୍ଥାରେ ମହିଳା ଜଣଙ୍କ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ।ଆହତ ଯୁବକଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଯୁବକ ଜଣଙ୍କ ଉକ୍ତ ମହିଳାଙ୍କ ଘରେ ପଶି ବୋଧେ ଖରାପ କାମ କରିବାକୁ ଉଦ୍ୟମ କରିଥିଲେ। ଏଣୁ ଘର ଲୋକେ ତାକୁ ଧରି ତା’ର ଗୁପ୍ତାଙ୍ଗରେ ଆଘାତ ଦେଇଥିଲେ ବୋଲି ପୁଲିସ୍‌ କହିଛି।ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

By amfnews

Related Post