Mon. Oct 12th, 2026

ଯୁବକଙ୍କୁ ପିଟିିପିଟି ମାରିଦେଲେ

488 Views

ନୀଳଗିରି , ନଭେମ୍ବର ୨୫: ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ୍ ରାଜବରହମପୁର ଥାନା ଅଧୀନ ସାନନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ଠେଙ୍ଗାରେ ପିଟିପିଟି ମାରି ଦେଇଛନ୍ତି। ଏମିତି ଏକ ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବକ ଜଣକ ହେଉଛନ୍ତି ସାନନୂଆଗାଁ ଗ୍ରାମର ଭାଲୁଆ କବାଟ(୪୫)।

ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି। ଏ ନେଇ ଉଭୟ ପକ୍ଷରୁ ପୃଥକ୍ ପୃଥକ୍ ଅଭିଯୋଗକ୍ରମେ ଥାନାରେ ୨ଟି ମାମଲା ରୁଜୁହୋଇ ପୁଲିସ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

By amfnews

Related Post