Sat. Sep 12th, 2026

ଯଶୋବନ୍ତ ଜେଠୱାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି

226 Views

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶୋବନ୍ତ ଜେଠୱାଙ୍କୁ ଅତିରିକ୍ତ ପୁଲିସ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଶ୍ରୀ ଜେଠୱା ଏବେ ଏସପିଜି ଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ ଜେଠୱାଙ୍କୁ ମିଶାଇ ଓଡ଼ିଶା କ୍ୟଡରର ମୋଟ ୨୨ଜଣ ଆଇପିଏସ୍ ଏବେ ଅତିରିକ୍ତ ଡିଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି।

By amfnews

Related Post