Mon. Apr 27th, 2026

ଯଦି ଆପଣଙ୍କ ମୋବାଇଲରେ ଏୟାରସେଲ୍ ନମ୍ବର ରହିଛି, ତୁରନ୍ତୁ ତାକୁ ବଦଳାଇ ଦିଅନ୍ତୁ , ଜାଣନ୍ତୁ କାରଣ

173 Views

ନୂଆଦିଲ୍ଲୀ  : ଯଦି ଆପଣଙ୍କ ମୋବାଇଲରେ ଏୟାରସେଲ୍ ନମ୍ବର ରହିଛି, ତେବେ ଅକ୍ଟୋବର ୩୧ ପୂର୍ବରୁ ନମ୍ବରକୁ ବଦଳାଇ ଦିଅନ୍ତୁ । କାରଣ ଏହା ପରଠାରୁ ଏୟାରସେଲ୍ ନମ୍ବର ଆଉ କାମ କରିବ ନାହିଁ । ତେଣୁ ଅନ୍ୟ ନେଟ୍‌ୱାର୍କକୁ ନମ୍ବର ବଦଳାଇବାକୁ ଟ୍ରାଇ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ୨୦୧୮ରେ ସାରା ଦେଶରେ ଏୟାରସେଲ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୯ କୋଟି ଥିଲା।କିନ୍ତୁ ପରେ ଏହି ସଂଖ୍ୟା ୭ କୋଟିକୁ ଖସି ଆସିଥିଲା।
୨୦୧୬ରେ ରିଲିୟାନ୍ସ ଜିଓ ଟେଲିକମ୍ ବଜାରକୁ ଆସିବାପରେ ଏୟାରସେଲ୍ର ସ୍ଥିତିରେ ଖରାପ ଅବସ୍ଥା ପରିଲକ୍ଷିତ ହୋଇଥିଲା। ଗତ ଦୁଇ ବର୍ଷ ହେବ ଏୟାରସେଲ୍ ନିଜର ଗ୍ରାହକମାନଙ୍କୁ ବାନ୍ଧି ରଖିବାଲାଗି ପ୍ରୟାସ କରି ଅବଶେଷରେ ବିଫଳ ହେବାପରେ ନିଜର ସମସ୍ତ ଅପରେସନ ବନ୍ଦ କରି ଦେଇଥିଲା । ତେବେ କଂପାନି ଟ୍ରାଇର ସହାୟତାରେ ଆଡିସିନାଲ୍ ୟୁପିସି ଜରିଆରେ ଗ୍ରାହକ ସେବା ଜାରି ରଖିଥିଲା ।

Image result for trai
ଏବେ କିନ୍ତୁ  ଟ୍ରାଇ ପକ୍ଷରୁ ଏୟାରସେଲ୍ ନମ୍ବରକୁ ପୋର୍ଟେବିଲ କରିବାକୁ ପରାମର୍ଶ ଦିଆଯାଇଛି ,କାରଣ ଆଗାମୀ ଅକ୍ଟୋବର ୩୧ ତାରିଖ ପରେ ପ୍ରାୟ ୭ କୋଟି ଏୟାରସେଲ୍ ନମ୍ବର ଆଉ କାମ କରିବ ନାହିଁ । ଏହା ଏୟାରସେଲ୍ ଗ୍ରାହକମାନଙ୍କଲାଗି ଶେଷ ସୁଯୋଗ ବୋଲି ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post